- ଏନଏମ ବିଷୟରେ
- ଜୀବନୀ
- ବିଜେପି କନେକ୍ଟ
- ପିପୁଲ୍ସ କର୍ଣ୍ଣର
- ଟାଇମଲାଇନ
- ଟ୍ୟୁନ ଇନ
- ମନ କି ବାତ
- ପ୍ରତ୍ୟକ୍ଷ ଦେଖନ୍ତୁ
- ଏନଏମ ବିଚାର
- ପରୀକ୍ଷା ୱାରିୟାର
- ଉଦ୍ଧୃତାଂଶ
- ଅଭିଭାଷଣ
- ଅଭିଭାଷଣର ମୂଳପାଠ
- ସାକ୍ଷାତକାର
- ବ୍ଳଗ୍ସ
- ଏନଏମ ଲାଇବ୍ରେରୀ
- Photo Gallery
- ଇ-ବୁକ୍ସ
- କବି ଏବଂ ଲେଖକ
- ଇ-ଗ୍ରୀଟିଙ୍ଗସ
- ଷ୍ଟଲୱାର୍ଟ
- Photo Booth


ସେମାନେ ଜନ୍ମଭୂମି ଭାରତ ଛାଡିଛନ୍ତି ସତ ହେଲେ ଭାରତ ପାଇଁ ସେମାନଙ୍କ ମନରେ ଶ୍ରଦ୍ଧା ଅତୁଟ ରହିଛି । ବିଶ୍ଵ ମଞ୍ଚରେ ଭାରତୀୟ ବଂଶୋଦ୍ଭବଙ୍କ ବ୍ୟାପ୍ତି ସବୁଠାରୁ ସକ୍ରିୟ ଏବଂ ସଫଳ ରହିଆସିଛି । ଯେଉଁସବୁ ରାଷ୍ଟ୍ରମାନଙ୍କରେ ସେମାନେ ବସତି ସ୍ଥାପନ କରିଛନ୍ତି ସେଠାକାର ସ୍ଥାନୀୟ ପରମ୍ପରା ଓ ସଂସ୍କୃତି ସହ ସେମାନେ ବେଶ ସୁନ୍ଦର ଭାବେ ନିଜକୁ ମିଶାଇ ପାରିଛନ୍ତି । ଏପରିକି ସେମାନଙ୍କ ବିକାଶରେ ଯଥେଷ୍ଟ ଅବଦାନ ରହିଛି । ଏଥିସହ ମାତୃଭୂମି ଭାରତ ପାଇଁ ସେମାନଙ୍କ ହୃଦୟ ସଦାବେଳେ ସ୍ପନ୍ଦିତ ଏବଂ ଯେତେବେଳେ ଆବଶ୍ୟକ ପଡିଛି, ସେମାନେ ଭାରତକୁ ଅକୁଣ୍ଠ ସହାୟତା ଯୋଗାଇ ଆସିଛନ୍ତି ।
ଭାରତୀୟ ବଂଶୋଦ୍ଭବମାନଙ୍କ ମନରେ ଶ୍ରୀ ନରେନ୍ଦ୍ର ମୋଦୀ ସଦାବେଳେ ଖୁବ ପ୍ରିୟ ହୋଇ ରହିଛନ୍ତି । ସେମାନଙ୍କ ଭାବନାରେ ଶ୍ରୀ ମୋଦୀ ହେଲେ ପରିବର୍ତ୍ତନର ବାହକ, ଯିଏ ଭାରତରେ ସଂସ୍କାର ଓ ବିକାଶ ଆଣିପାରିବେ । ତେଣୁ ତାଙ୍କର ପ୍ରତ୍ୟେକ ଦରିଆପାରି ଗସ୍ତବେଳେ, ଏହି ଭାରତୀୟ ବଂଶୋଦ୍ଭବଙ୍କ ସହ ଯୋଡି ହେବା ସକାଶେ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଯତ୍ନଶୀଳ ହୋଇଆସିଛନ୍ତି । ନ୍ୟୁୟର୍କ ନଗରୀରମାଡିସନ ସ୍କୋୟାର ଗାର୍ଡେନ ଠାରୁସିଡନୀର ଆଲଫୋନ୍ସ ଏରିନା ପର୍ଯ୍ୟନ୍ତ, ଭାରତ ମହାସାଗରୀୟ କ୍ଷେତ୍ରରସିସିଲି ଓମରିସସ ଠାରୁସାଂଘାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ସମୁଦାୟଙ୍କଠାରୁ ରକଷ୍ଟାର ଭଳି ଆଦର ଓ ସମ୍ମାନ ଲାଭ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଶ ପ୍ରେରଣାଦାୟୀ, ଯେଉଁଥିରେ ସେଭାରତରେ ପ୍ରବାହିତ ପରିବର୍ତ୍ତନର ମଳୟ ସମ୍ପର୍କରେ ସଦାବେଳେ ସୂଚାଇଥାନ୍ତି । ପୁଣି ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସକାଶେ ସରକାରଙ୍କ ଉଦ୍ୟମ ଏବଂ ଭାରତର ଏହି ବିକାଶ ଗାଥାରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକା ସମ୍ପର୍କରେ ସେ ଉଲ୍ଲେଖ କରିଥାନ୍ତି ।
ଏ ଦିଗରେ PIO ଏବଂ OCI ମଧ୍ୟରେ ମିଶ୍ରଣ ଘଟାଇବା ଥିଲା ଏକ ବହୁ ଆକାଂକ୍ଷିତ ପ୍ରତ୍ୟାଶା ଯାହା, ଭାରତୀୟ ବଂଶୋଦ୍ଭବମାନେ ଅନେକ ଦିନରୁ ଦାବି କରିଆସୁଥିଲେ । ଅନେକ କ୍ଷେତ୍ରରେ ସରକାର ଭିସା ନିୟମକୁ କୋହଳ କରିବା ସହ ଏହି ପ୍ରକ୍ରିୟାକୁ ସୁଗମ ଓ ସହଜସାଧ୍ୟ କରାଇଛନ୍ତି ।
ଗୋଷ୍ଠୀଗତ ଅଭ୍ୟର୍ଥନା ବ୍ୟତିରେକେ, ଭାରତୀୟ ସମୁଦାୟ ବିମାନ ବନ୍ଦରମାନଙ୍କରେ ଏବଂ ସେ ଯୋଗ ଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମସ୍ଥଳୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦେଇଥିବା ପ୍ରତ୍ୟେକ ଦରିଆପାରି କାର୍ଯ୍ୟକ୍ରମରେ “ମୋଦୀ, ମୋଦୀ, ମୋଦୀ” ଧ୍ଵନି ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଛି । ଫ୍ରାନ୍ସଠାରେ ପ୍ରଥମ ବିଶ୍ଵଯୁଦ୍ଧର ସ୍ମାରକୀ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୋକମାନଙ୍କୁ ଏପରି ଧ୍ଵନି ନଦେବା ପାଇଁ ନିବେଦନ କରି କହିଥିଲେ ଯେ ଏହା ପରିବର୍ତ୍ତେ ସେମାନେ “ସହୀଦୋଁ ଅମର ରହୋ” (ସହୀଦ, ଅମର ରହେ) ଧ୍ଵନି ଦିଅନ୍ତୁ ।
ଦେଶର ବିକାଶରେ ଭାରତୀୟ ବଂଶୋଦ୍ଭବଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ଉପଲବଧି କରନ୍ତି ଓ ଭାରତର ବିକାଶ ନିମନ୍ତେ ସେମାନଙ୍କ ସହ ସଦାବେଳେ ସେ ଆଲୋଚନା କରିଆସିଛନ୍ତି ।


Your Mail is successfully sent to your Recipients.