Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ହିନ୍ଦୁ

ଉଇକିପିଡ଼ିଆ‌ରୁ
ହିନ୍ଦୁମାନଙ୍କ ସ୍ୱସ୍ତିକ
ହିନ୍ଦୁମାନଙ୍କ ସ୍ୱସ୍ତିକ

ହିନ୍ଦୁ କହିଲେଭାରତୀୟ ଉପମହାଦେଶର ମୂଳ ନିବାସୀମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରାକୁ ବୁଝାଇଥାଏ । ସାଧାରଣ ଭାବରେହିନ୍ଦୁ ଧର୍ମର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ । ହିନ୍ଦୁମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିଂସା ଆଦିରେ ବିଶ୍ୱାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁ ଧର୍ମକୁସନାତନ ଧର୍ମ ମଧ୍ୟ କୁହାଯାଉଛି।

ହିନ୍ଦୁ ଶବ୍ଦଟିସିନ୍ଧୁ ନଦୀରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।

ହିନ୍ଦୁ ଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ। ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ୱାସରୁ ଉତ୍ପନ୍ନ ହୋଇଛି। ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ। ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ। ସେଥିପାଇଁ ନିଜର ମନ,ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ। ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ।ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା। ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।

୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁ ଧର୍ମ,ଖ୍ରୀଷ୍ଟ ଧର୍ମଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ। ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀଭାରତନେପାଳରେ ବସବାସ କରନ୍ତି।

ହିନ୍ଦୁ ଧର୍ମରେ ଅନେକଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେରାମାୟଣମହାଭାରତ ଅନ୍ୟତମ।ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରିବେଦର ସାର ବୋଲି କୁହାଯାଏ।

ଆଧାର

[ସମ୍ପାଦନା]

ଆହୁରି ପଢ଼ନ୍ତୁ

[ସମ୍ପାଦନା]
ଧର୍ମ ଗ୍ରନ୍ଥ
ଧାରଣା
ଦର୍ଶନ
ପରମ୍ପରା
ଗୁରୁ
ଯୁଗ
ବର୍ଣ
ମାପନ ପ୍ରଣାଳୀ
ବିଭାଜନ
ତୀର୍ଥ
"https://or.wikipedia.org/w/index.php?title=ହିନ୍ଦୁ&oldid=459964"ରୁ ଅଣାଯାଇଅଛି
ଶ୍ରେଣୀସମୂହ:
Hidden category:

[8]ページ先頭

©2009-2025 Movatter.jp