Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ସିଓଲ

ଉଇକିପିଡ଼ିଆ‌ରୁ

ସିଓଲ୍ (କୋରିଆନ୍ ଉଚ୍ଚାରଣ: 서울 [sʌ.ul] ସଉଲ୍) ହେଉଛିଦକ୍ଷିଣ କୋରିଆର ରାଜଧାନୀ । ୯.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ମହାନଗର ଦେଶର ଉତ୍ତର-ପଶ୍ଚିମ ଦିଗରେ ହାନ-ଗାଙ୍ଗ ନଦୀକୂଳରେ ଅବସ୍ଥିତ ।[] ଏକ ବିଶ୍ୱ ସ୍ତରୀୟ ସହର ଭାବରେ ପରିଗଣିତ ହୋଇଥିବା ସିଓଲ୍ ଟୋକିଓ, ନ୍ୟୁୟର୍କ ସିଟି ଏବଂ ଲସ୍ ଆଞ୍ଜେଲସ୍ ପରେ ୨୦୧୪ରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ମହାନଗର । ୨୦୧୭ ସୁଦ୍ଧା, ସିଓଲରେ ଜୀବନଯାପନର ଖର୍ଚ୍ଚ ମାପକରେ ବିଶ୍ୱ ସ୍ତରରେ ଏହାର ସ୍ଥାନ ରହିଥିଲା ଷଷ୍ଠ ​।

ଦେଶର ପ୍ରମୁଖ ବୈଷୟିକ ପେଣ୍ଠସ୍ଥଳୀଭାବେ ପରିଗଣିତ ଏହି ମହାନଗରର ସିଓଲ୍ କ୍ୟାପିଟାଲ୍ ଏରିଆରେ ସାମସଙ୍ଗ, ଏଲ.ଜି (LG), ଏବଂ ହୁଣ୍ଡାଇ ସମେତ ୧୪ ଗୋଟି ଫର୍ଚ୍ୟୁନ୍ ଗ୍ଲୋବାଲ୍-୫୦୦ କମ୍ପାନୀର ମୁଖ୍ୟାଳୟ ରହିଛି । ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜକ ଭାବେ ପାଞ୍ଚଟି ଅଗ୍ରଣୀ ମହାନଗର ମଧ୍ୟରୁ ଗୋଟିଏ ହୋଇଥିବାରୁ ବିଶ୍ୱ ବ୍ୟାପାରରେ ଏହାର ପ୍ରମୁଖ ପ୍ରଭାବ ପକାଇପାରିଛି[]। ସିଓଲ୍, ୧୯୮୬ ଏସିଆନ୍ ଗେମ୍ସ, ୧୯୮୮ ଗ୍ରୀଷ୍ମ ଅଲିମ୍ପିକ୍ସ, ୨୦୦୨ ଫିଫା ବିଶ୍ୱକପ୍ (ଜାପାନ ସହିତ) ଏବଂ ୨୦୧୦ ଜି -୨୦ ସିଓଲ୍ ଶିଖର ସମ୍ମିଳନୀ ଆୟୋଜନ କରିଛି ।

ଏକ ସଂକ୍ଷିପ୍ତ କାଳ(୧୩୯୯–୧୪୦୫), ବ୍ୟତିରେକ ସିଓଲ୍ ୧୩୯୪ରୁ ୧୯୪୮ ମସିହାରେ ଦେଶର ଆନୁଷ୍ଠାନିକ ବିଭାଜନ ପର୍ଯ୍ୟନ୍ତ କୋରିଆର ରାଜଧାନୀ ଥିଲା । ହାନ ନଦୀ କୂଳରେ ଅବସ୍ଥିତ, ସିଓଲର ଇତିହାସ ଦୁଇ ହଜାର ବର୍ଷରୁ ଅଧିକ ସମୟ ବ୍ୟାପ୍ତ, ଯେତେବେଳେ ଏହା ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରେ କୋରିଆର ତିନୋଟି ରାଜ୍ୟ ମଧ୍ୟରୁ ବାକେଜେର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ସହରଟି ଜୋସନ୍ ରାଜବଂଶ ଅଧୀନରେ କୋରିଆର ରାଜଧାନୀ ଭାବରେ ମାନ୍ୟତା ପ୍ରାପ୍ତ ହେଲା । ସହରର ଉତ୍ତର ସୀମା ବୁଖାନ୍ ପର୍ବତଦ୍ୱାରା ଘେରି ରହିଛି । ଏହାର ଦୀର୍ଘ ଇତିହାସ ପରି, ସିଓଲ୍ କ୍ୟାପିଟାଲ୍ ଏରିଆରେ ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ରହିଛି: ଚାଙ୍ଗଡେକ୍ ପ୍ୟାଲେସ୍, ହ୍ୱାସଙ୍ଗ ଦୁର୍ଗ, ଜୋଙ୍ଗମିଓ ପୁଣ୍ୟକ୍ଷେତ୍ର, ନାମହାନସେଙ୍ଗ ଏବଂ ଜୋସନ୍ ରାଜବଂଶର ରାଜକୀୟ ସମାଧୀ ।[] ୨୦୧୪ ମସିହାରେ ସିଓଲକୁ ୧୦ ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ପରିଦର୍ଶକ ଆସିଥିଲେ । ଏହା ବିଶ୍ୱର ନବମ ସର୍ବାଧିକ ପରିଦର୍ଶିତ ସହର ତଥା ପର୍ଯ୍ୟଟନଶିଳ୍ପରେ ଚତୁର୍ଥ ବୃହତ୍ତମ ରୋଜଗାରକାରୀ ଭାବରେ ପରିଗଣିତ ହୁଏ ।[]

ଭୂଗୋଳ

[ସମ୍ପାଦନା]

ସିଓଲ୍ ଦକ୍ଷିଣ କୋରିଆର ଉତ୍ତର-ପଶ୍ଚିମ ଦିଗରେ ରହିଛି ।[] ସିଓଲର ଆକାର ସଠିକ୍ ଭାବରେ ୬୦୫.୨୫ ବର୍ଗ କିଲୋମିଟର (୨୩୩.୬୯ ବର୍ଗ ମାଇଲ୍) ଏବଂ ହାନ ନଦୀର ଦୁଇପାର୍ଶ୍ୱରେ ଉତ୍ତର ଏବଂ ଦକ୍ଷିଣ ଭାଗରେ ବିଭକ୍ତ । କୋରିଆ ଇତିହାସରେ ହାନ ନଦୀ ଏବଂ ଏହାର ଆଖପାଖ ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । କୋରିଆର ତିନୋଟି ରାଜ୍ୟ ଏହି ଅଞ୍ଚଲକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରିଥିଲେ ।, ହାନ ନଦୀ, (ଲୋହିତ ସାଗର ଦେଇ) ଚୀନକୁ ବାଣିଜ୍ୟ ମାର୍ଗ ଭାବରେ ବ୍ୟବହୃତ ହୋଇଥିଲା ।[] ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ସହରଟି ସିଓଲ୍ ଦୁର୍ଗ ପ୍ରାଚୀରଦ୍ୱାରା ସୀମିତ ଥିବା ଜୋସନ୍ ରାଜବଂଶ ସମୟରେ ଥିଲା, ଯାହା କେନ୍ଦ୍ରୀୟ ସିଓଲର ଚାରିଟି ମୁଖ୍ୟ ପର୍ବତ ମଧ୍ୟରେ ବିସ୍ତାର କରିଥିଲା: ନାମସାନ୍, ନାକସନ୍, ବୁଖାନସାନ୍ ଏବଂ ଇନୱାଙ୍ଗସାନ୍ । ଏହି ସହରଟି ଆଠଟି ପର୍ବତ, ଏବଂ ହାନ ନଦୀ ସମତଳ ଏବଂ ପଶ୍ଚିମ ଅଞ୍ଚଳର ସ୍ତରୀୟ ଜମିଦ୍ୱାରା ସୀମାବଦ୍ଧ ।

ସଂସ୍କୃତି

[ସମ୍ପାଦନା]
Korea-Seoul-National Museum Gyeongcheonsa Pagoda 0187&8-06

ଚାରୋଟି ଜାତୀୟ ଏବଂ ନଅଟି ସରକାରୀ ମ୍ୟୁନିସିପାଲିଟି ସଂଗ୍ରହାଳୟ ସହିତ ସିଓଲରେ ୧୧୫ଟି ସଂଗ୍ରହାଳୟ ରହିଛି । ସହରର ଜାତୀୟ ସଂଗ୍ରହାଳୟ ମଧ୍ୟରେ କୋରିଆର ଜାତୀୟ ସଂଗ୍ରହାଳୟ କେବଳ ସିଓଲ୍ ନୁହେଁ ଦକ୍ଷିଣ କୋରିଆର ସଂଗ୍ରହାଳୟର ସର୍ବ ବୃହତ ଅଟେ । ୧୯୪୫ ମସିହାରେ ଏହାର ପ୍ରତିଷ୍ଠା ପରଠାରୁ, ସଂଗ୍ରହାଳୟ ୨୨୦,୦୦୦ କଳାକୃତିର ସଂଗ୍ରହ କରିଛି | ଅକ୍ଟୋବର ୨୦୦୫ରେ, ସଂଗ୍ରହାଳୟ ୟୋଙ୍ଗସାନ୍ ଫ୍ୟାମିଲି ପାର୍କରେ ଏକ ନୂତନ କୋଠାକୁ ଚାଲିଯାଇଛି ।

ସିଓଲର ନଅଟି ମ୍ୟୁନିସିପାଲିଟି ସଂଗ୍ରହାଳୟ ମଧ୍ୟରୁ ୱାର୍ ମେମୋରିଆଲ୍ ପରିଦର୍ଶକମାନଙ୍କୁ ବିଭିନ୍ନ ଯୁଦ୍ଧର ଏକ ଶିକ୍ଷଣୀୟ ତଥା ଭାବପ୍ରବଣ ଅନୁଭୂତି ପ୍ରଦାନ କରିଥାଏ, ଯେଉଁଥିରେ କୋରିଆ ଯୁଦ୍ଧ ବିଷୟବସ୍ତୁ ସମେତ କୋରିଆ ଜଡ଼ିତ ରହିଛି । ସେଓଡେମୁନ୍ କାରାଗାର ହେଉଛି ଜାପାନୀ ଦଖଲ ସମୟରେ ନିର୍ମିତ ଏକ ପୂର୍ବ କାରାଗାର ଏବଂ ଏହା ଏକ ଐତିହାସିକ ସଂଗ୍ରହାଳୟ ଭାବରେ ବ୍ୟବହୃତ ହୋଇଥିଲା |

ଗମନାଗମନ

[ସମ୍ପାଦନା]

ସିଓଲରେ ଏକ ଭଲ ବିକଶିତ ପରିବହନ ବ୍ୟବସ୍ଥା ରହିଛି । ଏହାର ବ୍ୟବସ୍ଥା କୋରିଆ ସାମ୍ରାଜ୍ୟର ଯୁଗରୁ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଥମ ଷ୍ଟ୍ରିଟକାର ପାଇଁ ପଥ ତିଆରି ହୋଇଥିଲା ଏବଂ ସିଓଲ ଏବଂ ଇଞ୍ଚୋନକୁ ସଂଯୋଗ କରୁଥିବା ଏହି ରେଳପଥ ତିଆରି ହୋଇଥିଲା[]। ସିଓଲ୍ ସହରର ଅନ୍ୟାନ୍ୟ ଉଲ୍ଲେଖନୀୟ ରାସ୍ତାରେ ଇଉଲଜିରୋ, ତେହେରାନୋ, ସେଜୋଙ୍ଗୋ, ଚୁଙ୍ଗମୁରୋ, ୟୁଲଗୋଙ୍ଗୋ, ଏବଂ ଟୋଗିରୋ ଅନ୍ତର୍ଭୁକ୍ତ । ସିଓଲରେ ଗୋଟିଏ ଅତିରିକ୍ତ ଲାଇନ ଯୋଜନା ସହିତ ୨୫୦ କିଲୋମିଟର (୧୫୫ ମାଇଲ)ରୁ ଦୈର୍ଘ୍ୟର ଅଧିକ ନଅଟି ପ୍ରମୁଖ ମେଟ୍ରୋ ରେଳପଥ ଅଛି ।

ବସ ବ୍ୟବସ୍ଥା

[ସମ୍ପାଦନା]

ସିଓଲରେ ଗମନା ଗମନ ପାଇଁ ବସ୍ ବ୍ୟବସ୍ଥା "ସିଓଲ୍ ମେଟ୍ରୋପଲିଟାନ୍ ସରକାର" (S.M.G.)ଦ୍ୱାରା ପରିଚାଳିତ । ଚାରୋଟି ପ୍ରାଥମିକ ବସ୍ ସଂରଚନା ସହରର ଅଧିକାଂଶ ସେବା ଯୋଗାଇଥାଏ । ସିଓଲରେ ଅନେକ ବଡ଼ ଆନ୍ତଃରାଜ୍ୟ / ଏକ୍ସପ୍ରେସ ବସ୍ ଟର୍ମିନାଲ୍ ଅଛି । ଏହି ବସ୍ଗୁଡ଼ିକ ସିଓଲକୁ ଦକ୍ଷିଣ କୋରିଆର ସମସ୍ତ ସହର ସହିତ ସଂଯୋଗ କରେ । ସିଓଲ୍ ଏକ୍ସପ୍ରେସ୍ ବସ୍ ଟର୍ମିନାଲ୍, ସେଣ୍ଟ୍ରାଲ୍ ସିଟି ଟର୍ମିନାଲ୍ ଏବଂ ସିଓଲ୍ ନାମ୍ବୁ ଟର୍ମିନାଲ୍ ସେଓଚୋ ଜିଲ୍ଲାରେ ଅବସ୍ଥିତ ।

ଆଧାର

[ସମ୍ପାଦନା]
  1. "Seoul | national capital, South Korea".Encyclopedia Britannica (in ଇଂରାଜୀ). Retrieved6 November 2020.
  2. "Press Release"(PDF).www.uia.be. Retrieved6 November 2020.
  3. Centre, UNESCO World Heritage."Republic of Korea".UNESCO World Heritage Centre (in ଇଂରାଜୀ). Retrieved6 November 2020.
  4. "2014 Global Destination Cities Index"(PDF).www.newsroom.mastercard.com. Archived fromthe original(PDF) on 3 August 2019. Retrieved6 November 2020.
  5. "서울 열린데이터광장".data.seoul.go.kr. Retrieved6 November 2020.
  6. "Brief History of Hangang (River) - Tours : Visit Seoul - The Official Travel Guide to Seoul".web.archive.org. 31 October 2016. Archived from the original on 31 October 2016. Retrieved6 November 2020.{{cite web}}: CS1 maint: bot: original URL status unknown (link)
  7. Service (KOCIS), Korean Culture and Information."Seoul metro turns 40: the subway's past and present : Korea.net : The official website of the Republic of Korea".www.korea.net. Retrieved6 November 2020.
"https://or.wikipedia.org/w/index.php?title=ସିଓଲ&oldid=511963"ରୁ ଅଣାଯାଇଅଛି
ଶ୍ରେଣୀ:
ଲୁଚିଥିବା ଶ୍ରେଣୀ:

[8]ページ先頭

©2009-2025 Movatter.jp