ଶୁଖୁଆ ବା ଶୁଖା ମାଛ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସାଧାରଣ ଜନ ଜୀବନରେ ବହୁଳ ଭାବେ ବ୍ୟବହୃତ ଏକ ଖାଦ୍ୟ ପଦାର୍ଥ । ଆମିଷ ଭୋଜନ କରୁଥିବା ଲୋକେମାଛର ବିକଳ୍ପ ଭାବେ ଶୁଖୁଆ ବ୍ୟବହାର କରିଥାନ୍ତି । ଏହା ମାଛ ଅପେକ୍ଷା ବହୁତ ଶସ୍ତା ଅଟେ ।ଓଡ଼ିଶାରେ ସାଧାରଣତଃ ମଧ୍ୟବିତ୍ତ ଓ କମ ରୋଜଗାର କରୁଥିବା ଲୋକେ ଶୁଖୁଆ ଖାଇଥାନ୍ତି ।
ଲଞ୍ଚ ଓ ଡଙ୍ଗାଦ୍ୱାରା ମତ୍ସ୍ୟଜୀବୀମାନେ ସମୁଦ୍ରରୁମଛ ଧରନ୍ତି । ସେମାନେବରଫରେମାଛକୁ ରଖି କୂଳକୁ ଆସନ୍ତି ।ମାଛକୁ ବିକ୍ରୟ କରାଗଲା ପରେ କିଛି ମାଛ ପଚିବା ଅବସ୍ଥାରେ ଥାଆନ୍ତି । ମାଛଧରାଲିମାନେ ବଳକା ପଚା ମାଛକୁ ଲୁଣପାଣି ଓଫର୍ମାଲଡିହାଇଡ଼ ରସାୟନିକ ଦ୍ରବଣରେ ବୁଡ଼ାଇ ଦିଅନ୍ତି । ଏହା ମାଛକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ । ଲୋକେ ଏହି କେମିକାଲକୁ କଲିକତାରୁ ମଗାଇଥାଆନ୍ତି । ମାଟିତଳେ ପୋତି ରଖିଥାନ୍ତି ଏବଂ ଦରକାର ହେଲେ ବ୍ୟବହାର କରିଥାନ୍ତି ।

ଶୁଖୁଆ ଦୁଇ ପ୍ରକାରର, ସମୁଦ୍ର ମାଛକୁ ଶୁଖାଇ ଲୁଣି ଶୁଖୁଆ ତିଆରି କରାଯାଇଥାଏ ଓ ମଧୁର ଜଳରୁ ମିଳୁଥିବା ମାଛରୁ ମଧ୍ୟ ଶୁଖୁଆ ତିଆରି କରାଯାଇଥାଏ ।

ସମୁଦ୍ରରୁ ଯାହା ଆସେ ସେଟା ଲୁଣି ଶୁଖୁଆ କୁହା ଯାଏ, ପ୍ରଥମେ ସମୁଦ୍ରରୁ ମାଛ ଆଣିବେ ତାକୁ ସମୁଦ୍ରର ବାଲିରେ ସୁଖେଇବେ , ସୁଖିଲା ପରେ ସେ ହୁଏ ଲୁଣି ଶୁଖୁଆ ।
ଯୋଉଟା ମଧୁର ପାଣିରୁ ଆସେ ସେଟା ମଧୁର ଶୁଖୁଆ କୁହାଯାଏ. ଚୁନା ମାଛ ଆଣିବାପରେ ତାକୁ ତେଲ ଲୁଣ ଦେଇ ମାଟି ହାଣ୍ଡିରେ ସୁଖା ଯାଏ ନିଆଁ ସହାୟତାରେ ।
ଲୁଣ ପାଣି ଓଫର୍ମାଲଡିହାଇଡ଼ ଦ୍ରବଣରେ ବ୍ୟବହାର ହୋଇଥିବା ଶୁଖୁଆ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏହା ଖାଇଲେ ଆଖିରୁ ପାଣି ଗଡ଼ିଥାଏ ଓମୋତିଆବିନ୍ଦୁ ବାହାରି ଦୃଷ୍ଟିଶକ୍ତି କମିଯାଏ । ଏତଦବ୍ୟତିତବୃକକ ରୋଗ,ଚର୍ମ ରୋଗ ଦେଖାଯିବା ସହଫୁସଫୁସ ସଂକ୍ରମଣ ହେବାର ସମ୍ଭାବନା ଥାଏ ।[୧]
{{cite news}}:Check date values in:|date= (help)