ଭାରତ ଗଣରାଜ୍ୟ
ଭାରତ
ଗାଢ଼ ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ପ୍ରଶାସିତ ଅଞ୍ଚଳ; ହାଲୁକା ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ଅଧିଯାଚିତ ଅଣପ୍ରଶାସିତ ଅଞ୍ଚଳ
ରାଜଧାନୀ ନୂଆ ଦିଲ୍ଲୀ ସରକାରୀ ଭାଷା ହିନ୍ଦୀ ଦେବନାଗରୀ ଲିପିରେ ଲେଖାଯାଇଥାଏ ।[ ୫] Recognised regional languages ଜାତୀୟ ଭାଷା କେଉଁଟି ନାହିଁସମ୍ବିଧାନ [ ୬] Government ଗଣତନ୍ତ୍ର ସଂସଦୀୟ ଗଣତନ୍ତ୍ର ସାମ୍ବିଧାନିକ ଗଣତନ୍ତ୍ର [ ୭] ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀ (ଭାଜପା )ଖାଲି ଅଛି(ଭାଜପା ) ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ ବିଧାନ ମଣ୍ଡଳ ସଂସଦ • ଉଚ୍ଚ ସଦନ
ରାଜ୍ୟ ସଭା • ନିମ୍ନ ସଦନ
ଲୋକ ସଭା ସ୍ୱାଧୀନତା • ଘୋଷଣା କରାଗଲା
୧୫ ଅଗଷ୍ଟ ୧୯୪୭ ୨୬ ଜାନୁଆରୀ ୧୯୫୦ କ୍ଷେତ୍ରଫଳ •
[convert: invalid number ] ‡ (୭ମ )• ଜଳଭାଗ (%)
୯.୫୬ ଲୋକସଂଖ୍ୟା • ୨୦୨୪ census
୧୪୪,୧୦,୮୯,୦୯୨ (୧ମ ) ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) ୨୦୧୦ estimate • ମୋଟ
$୪.୦୬୦ ଲକ୍ଷ କୋଟି[ ୮] (୪ର୍ଥ ) • ମୁଣ୍ଡପିଛା
$୩,୩୩୯[ ୮] ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) ୨୦୧୦ estimate • ମୋଟ
$୧.୫୩୮ ଲକ୍ଷ କୋଟି[ ୮] (୧୦ମ ) • ମୁଣ୍ଡପିଛା
$୧,୨୬୫[ ୮] ଜିନି ଗୁଣାଙ୍କ (୨୦୦୪) ୩୬.୮[ ୯] Error: Invalid Gini value · ୭୯ତମ ମାନବ ବିକାଶ ସୂଚନାଙ୍କ (୨୦୧୦) ୦.୫୧୯[ ୧୦] Error: Invalid HDI value · ୧୧୯ତମ ମୁଦ୍ରା ଭାରତୀୟ ମୁଦ୍ରା ( ) (INR )ସମୟ ମଣ୍ଡଳ UTC +୫:୩୦ (ଭାରତୀୟ ମାନକ ସମୟ )UTC +୫:୩୦ତାରିଖ ସଜାଣି ଦିନ/ମାସ/ବର୍ଷ (ଖ୍ରିଷ୍ଟ ପର ) ରାସ୍ତା ଚାଲିବା ପାଖ ବାମ ଟେଲିଫୋନ କୋଡ଼ +୯୧ Internet TLD .in * Bhārat Gaṇarājya , that is, the Republic of India in Hindi,[ ୭] written in theDevanagari script. See alsoother official names ‡ This is the figure as per the United Nations though the Indian government lists the total area as 3,287,260 km2 (1,269,220 sq mi).[ ୧୧]
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟିରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେଚୀନ ,ନେପାଳ ଓଭୁଟାନ , ପଶ୍ଚିମରେପାକିସ୍ତାନ , ପୂର୍ବରେବଙ୍ଗଳାଦେଶ ଓମିଆଁମାର , ଏବଂ ଦକ୍ଷିଣରେଶ୍ରୀଲଙ୍କା ଅବସ୍ଥିତ ।
ପ୍ରସିଦ୍ଧସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା ।[ ୧୨] ବିଶ୍ୱର ପ୍ରମୁଖ ଧର୍ମ (ଯଥାହିନ୍ଦୁ ,ବୌଦ୍ଧ ,ଜୈନ ଓଶିଖ୍ )ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.ରେଜୀଉମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେପାର୍ସୀ ,ଖ୍ରୀଷ୍ଟିଆନ ଓମୁସଲମାନମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କସଂଗ୍ରାମ ପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ (୧୫ ଅଗଷ୍ଟ ୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।
ଓଡ଼ିଆରେ ଭାରତ ମାନଚିତ୍ରପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ ।ହିନ୍ଦୁ ,ବୌଦ୍ଧ ,ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥାଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ ।
ମୋଟ ଜାତୀୟ ଉତ୍ପାଦ ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।
ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରୁ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ନବମ ।ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ ରାଷ୍ଟ୍ର ।[ ୧୩] ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।
ଭାରତ ଗଣରାଜ୍ୟର ଜାତୀୟ ପ୍ରତୀକ ଗୁଡ଼ିକ ଜାତୀୟ ପଶୁ ଜାତୀୟ ପକ୍ଷୀ ଜାତୀୟ ଗଛ ଜାତୀୟ ଫୁଲ ଜାତୀୟ ଐତିହ୍ୟ ପଶୁ ଜାତୀୟ ଜଳୀୟ ପଶୁ ଜାତୀୟ ସରୀସୃପ ଜାତୀୟ ଫଳ ଜାତୀୟ ମନ୍ଦିର ଜାତୀୟ ନଦୀ ଜାତୀୟ ପର୍ବତ
ହିମାବୃତ ଉତ୍ତୁଙ୍ଗ ପର୍ବତମାଳା,ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ,ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା ଆଦି ପ୍ରାକୃତିକ ପରିବେଶରେ ଭାରତବର୍ଷରଭୂଗୋଳ ଗଠନ । ଏହି ପ୍ରାକୃତିକ ଆବେଷ୍ଟନୀ ଭାରତରଜଳବାୟୁ ଓମୃତ୍ତିକା ଗଠନକୁ ନିୟନ୍ତ୍ରଣ କରେ । ଏତଦ୍ବ୍ୟତିତ ଏହା ଭାରତକୁ ଏକ ଆପାତସ୍ୱତନ୍ତ୍ର ପରିବେଷ୍ଟନୀ ମଧ୍ୟରେ ଭୌଗଳିକ ଏକତ୍ୱ ଦେବା ସଙ୍ଗେ ସଙ୍ଗେ ବହିର୍ଜଗତରୁ ଅନେକାଂଶରେ ବିଚ୍ଛିନ୍ନ କରିଛି ।
ପୁରାଣରୁ ଜଣାଯାଏ , ପ୍ରାଚୀନ କାଳରେପୃଥିବୀ ସାତଟି ଦ୍ୱୀପରେ ବିଭକ୍ତ ଥିଲା । ତନ୍ମଧ୍ୟରୁ ଜମ୍ବୁ ଦ୍ୱୀପ ଅନ୍ୟତମ । ଜମ୍ବୁ ଦ୍ୱୀପ ନଅଟି ଦେଶରେ ବିଭକ୍ତ । ଭାରତ ଏହି ନଅଟି ଦେଶ ଅନ୍ତର୍ଗତ ବୋଲି କେତେକ ଐତିହାସିକ ମତ ବ୍ୟକ୍ତ କରନ୍ତି ।ମହାଭାରତ ଓ ପୌରାଣିକ ଯୁଗରେ ଚନ୍ଦ୍ରବଂଶର ରାଜା ଦୁଷ୍ମନ୍ତଙ୍କ ପୁତ୍ରଭରତ ଆମ ଦେଶର ସର୍ବ ପ୍ରଥମ ଚକ୍ରବର୍ତ୍ତୀ ବା ସମ୍ରାଟ ଥିଲେ । ତାଙ୍କରି ନାମାନୁଯାୟୀ ଆମ ଦେଶ ଭାରତ ବର୍ଷ ନାମରେ ଅଭିହିତ ।[ ୧୪]
ବୈଦିକ ଯୁଗରେ ଏହାକୁ ଆର୍ଯ୍ୟାବର୍ତ୍ତ, ଜମ୍ବୁଦ୍ୱୀପ ଓ ଅଜନାଭ ଦେଶ ବୋଲି ମଧ୍ୟ କୁହାଯାଇଛି।
ମାନବ ସଭ୍ୟତାର ପ୍ରଥମ ଦେଶ ହୋଇଥିବାରୁ ଏହାକୁ ସନାତନ ରାଷ୍ଟ୍ର କୁହାଯାଏ । ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧରେ ଏହାର ସ୍ଥାପନା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭାରତୀୟ ଦର୍ଶନ ଅନୁସାରେ ସୃଷ୍ଟି ରଚନା ପରେ ବ୍ରହ୍ମା ଜଗତର ଭାର ତାଙ୍କ ପୁତ୍ର ସ୍ୱୟଂଭୁବ ମନୁଙ୍କୁ ଅର୍ପଣ କଲେ। ତାଙ୍କର ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଓ ଉତ୍ତାନପାଦ। ପ୍ରିୟବ୍ରତଙ୍କର ଦଶପୁତ୍ର ଥିଲେ । ଏମାନଙ୍କ ଭିତରୁ ତିନିଜଣ ସଂସାର ପ୍ରତି ବୈରାଗ୍ୟ ଭାବ ରଖିଥିବାରୁ ବିଶ୍ୱକୁ ସାତ ଖଣ୍ଡରେ ବିଭାଜିତ କରି ପ୍ରିୟବ୍ରତ ପୁତ୍ରମାନଙ୍କୁ ଅର୍ପଣ କରିଥିଲେ। ଏମାନଙ୍କ ଭିତରୁ ଜମ୍ବୁଦ୍ୱୀପର ରାଜାଥିଲେ ଅଗ୍ନୀଧ୍ର, ଯିଏ ଜମ୍ବୁଦ୍ୱୀପର ଭିନ୍ନ ଭିନ୍ନ ନଅ ଭାଗର ଦାୟିତ୍ୱ ନିଜର ନଅ ପୁତ୍ରଙ୍କୁ ସମର୍ପି ଥିଲେ। ସେମାନଙ୍କ ଭିତରୁ ହିମବର୍ଷର ଶାସକ ଥିଲେ ନାଭି। ସେ ନିଜ ନାମ (ନାଭି ବା ଅଜନାଭ) ସହିତ ରାଜ୍ୟର ନାମକୁ ଯୋଡ଼ି ଅଜନାଭବର୍ଷ ନାମରେ ପ୍ରଚାର କଲେ। ରାଜା ନାଭିଙ୍କ ଶତପୁତ୍ରଙ୍କ ଭିତରେ ଜ୍ୟେଷ୍ଠ ଓ ଉତ୍ତମ ଥିଲେ ଋଷଭଦେବ। ତାଙ୍କର ପୁତ୍ର ଭରତ ଲୋକପ୍ରିୟ ଓ ପ୍ରଜାପାଳକ ରାଜାଥିଲେ। ତାଙ୍କ ନାମ ଅନୁସାରେ ଏହି ଅଜନାଭ ବର୍ଷହିଁ ପରବର୍ତ୍ତୀକାଳରେ ଭାରତ ନାମରେ ପରିଚିତ ହେଲା।
୫୦୦୦ ବର୍ଷ ପୁରୁଣା ସଭ୍ୟତା ସିନ୍ଧୁ ଉପତ୍ୟକାର ସଭ୍ୟତା – ୩୩୦୦ ଖ୍ରୀ.ପୂ., ବିଶ୍ୱର ହାତଗଣତି ବିକଶିତ ପ୍ରାଚୀନ ସହରୀ ସଭ୍ୟତା ମଧ୍ୟରେ ଅନ୍ୟତମ ହରପ୍ପାର ସଭ୍ୟତା – ୨୭୦୦ ଖ୍ରୀ.ପୂ. ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ – ତକ୍ଷଶିଳା ୭୦୦ ଖ୍ରୀ. ପୂ. ଆୟୁର୍ବେଦ – ମାନବ ଇତିହାସରେ ସର୍ବପୁରାତନ ଚିକିତ୍ସା ପଦ୍ଧତି ଯୋଗ – ୫୦୦୦ ଖ୍ରୀ. ପୂ. – ପତଞ୍ଜଳୀଙ୍କଦ୍ୱାରା ସଂଗୃହିତ (୨୦୦ ଖ୍ରୀ.ପୂ.) କଲାରିପାୟାଟ ସମରକଳା – ୨୦୦ ଖ୍ରୀ. ପୂ. ୩୨୫ଟିଭାଷା ଓ ୧୬୫୨ଟି ଉପଭାଷା (ବୋଲି), ୧୮ଟି ରାଜକୀୟଭାଷା ପ୍ରଥମ ଭାରତୀୟ ଧର୍ମଶାସ୍ତ୍ରରାମାୟଣ ବିଶ୍ୱର ସର୍ବବୃହତ ପୁରାଣମହାଭାରତ – ୧୦୦,୦୦୦ଟି ଶ୍ଳୋକ ୪୫ରୁ ଅଧିକ ଲୋକ ନୃତ୍ୟ ୮ଟି ଶାସ୍ତ୍ରୀୟ ନୃତ୍ୟ (ଓଡ଼ିଶୀ , ଭାରତନାଟ୍ୟମ, କଥକ, କଥକାଳୀ, କୁଚିପୁଡ଼ି, ସାତ୍ରୀୟ, ମଣିପୁରୀ, ମୋହିନୀଆଟ୍ଟମ) ୬୫ରୁ ଅଧିକପର୍ବପର୍ବାଣି ୭୦୦୦ ଖ୍ରୀ.ପୂ.ରମଧ୍ୟ ପ୍ରଦେଶସ୍ଥ ପାଷାଣ ଯୁଗର ଭୀମବେଟକା ଗୁମ୍ଫା ଭାରତରେ ମାନବ ଜୀବନରେ ପ୍ରାଚୀନତମ ପ୍ରମାଣ । ପ୍ରଥମ ସ୍ଥାୟୀ ବସ୍ତିଗୁଡ଼ିକ ପରେ ପରେ ସିନ୍ଧୁ ଘାଟୀ ସଭ୍ୟତା ରୂପେ ଖ୍ରୀଷ୍ଟପୂର୍ବ ବିଂଶ ଶତାବ୍ଦୀରେ ବିକଶିତ ହୋଇଥିଲେ । ୧୭୦୦ ଖ୍ରୀଷ୍ଟାବ୍ଦ: ଇଂରେଜ ଶାସନର ସୂତ୍ରପାତ ୧୫ ଅଗଷ୍ଟ ୧୯୪୭:ଭାରତର ସ୍ୱାଧୀନତା ଦିବସ ୨୬ ଜାନୁଆରୀ ୧୯୫୦:ଭାରତର ଜନରାଜ୍ୟ ଦିବସ ୧୯୦୯ରେ ଭାରତ ହିମାଳୟ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ପୃଥିବୀରେ ସପ୍ତମ ସ୍ଥାନ ଅଧିକାର କରିଛି । ୩.୨୮ ନିୟୁତ ବର୍ଗ କି.ମି. କ୍ଷେତ୍ରଫଳ ୭୫୧୬ କି.ମି. ସାମୁଦ୍ରିକ ସୀମା ୧୩୮୨୪୪୬,୦୦୦ ଲୋକସଂଖ୍ୟା ୨୦୨୦ରେ ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତକୁ ସାଧାରଣତଃ ଏକ ଉପମହାଦେଶ ବୋଲି କୁହାଯାଏ । ପୃଥିବୀର ବୃହତ୍ତମ ମହାଦେଶ ଏସିଆର ଦକ୍ଷିଣାଂଶର କେନ୍ଦ୍ରସ୍ଥଳୀରେ ଭାରତବର୍ଷ ଅବସ୍ଥିତ ।
ଭାରତର ଉତ୍ତରରେ ସୁଦୀର୍ଘହିମାଳୟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରଚୀର ସଦୃଶ ଦଣ୍ଡାୟମାନ । ତାହା ଭାରତବର୍ଷକୁ ଏସିଆ ମହାଦେଶର ଅନ୍ୟ ଅନ୍ୟ ଅଞ୍ଚଳମାନଙ୍କରୁ ପ୍ରାୟ ବିଚ୍ଛିନ୍ନ କରି ରଖିଛି । ଉତ୍ତର-ପଶ୍ଚିମରେ ସୁଲେମାନ ଓ ହିନ୍ଦୁକୁସ ପର୍ବତମାଳା ଅବସ୍ଥିତ । ଏହା ଭରତ ଉପଦେଶକୁଋଷିଆ ,ଆଫଗାନିସ୍ଥାନ ଓଇରାନଠାରୁ ପୃଥକ୍ କରିଅଛି ।
ଇତିହାସ ସହିତ ଭୂଗୋଳ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ଗଠନ ଭାରତର ଇତିହାସର ଗତି ନିର୍ଦ୍ଧାରଣ କରିଅଛି । ହିମାଳୟ ପର୍ବତ ଏକ ପ୍ରାଚୀର ସଦୃଶ । ଏହାର ଦୁର୍ଗମ ଗିରିପଥ ଅତିକ୍ରମ କରିବା କଷ୍ଟସାଧ୍ୟ । ଗିରିପଥଗୁଡ଼ିକ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହେ । ତେଣୁ ହିମାଳୟ ପର୍ବତ ଅତିକ୍ରମ କରି ଅତୀତରେ ବୈଦେଶିକ ଶତ୍ରୁମାନେ ଭାରତ ଆକ୍ରମଣ କରିବା ଦୁଃସାଧ୍ୟ ଥିଲା ।
ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମି ସିନ୍ଧୁ,ଗଙ୍ଗା ,ବ୍ରହ୍ମପୁତ୍ର ଏବଂ ସେମାନଙ୍କର ଉପନଦୀଗୁଡିକର ଅବବାହିକାଦ୍ୱାରା ଗଠିତ । ଏହି ଅଞ୍ଚଳର ଜଳବାୟୁ ସ୍ୱାସ୍ଥ୍ୟକର ଏବ, ମୃତ୍ତିକା ଉର୍ବର ଓ କୃଷୀ ଉପଯୋଗୀ । ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ନନ୍ଦ, ମୌର୍ଯ୍ୟ, କୁଶାଣ ଗୁପ୍ତ, ଆଫଗାନ୍ ଓ ମୋଗଲ୍ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ଉତ୍ତର-ପଶ୍ଚିମରେ ଖାଇବର ଓ ବୋଲାନ୍ ଗିରିପଥ ଅତିକ୍ରମକରି ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ ।
ବଙ୍ଗୋପ ସାଗର, ଆରବ ସାଗର ଏବଂ ଭାରତ ମହାସାଗରରେ ନୌଯାତ୍ରା କରି ଭାରତୀୟମାନେଚୀନ ,ଜାପାନ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ଅନ୍ତର୍ଗତ ବିଭିନ୍ନ ଦେଶ ଏବଂଉଇରୋପର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ ବେବସାୟ କରିବାକୁ ସମର୍ଥ ହୋଇଥିଲେ । ବିଶେଷତଃକଳିଙ୍ଗର ଅଧିବାସୀମାନେଜାଭା ,ସୁମାତ୍ରା ,ବାଲି ,ବୋର୍ଣ୍ଣିଓ ଆଦି ପୂର୍ବ ଭାରତୀୟ ଦୀପପୁଞ୍ଜ ଓ ମାଳୟ ଉପଦ୍ୱୀପରେ ବାଣିଜ୍ୟକେନ୍ଦ୍ର ଓ ବସତିସ୍ଥାପନ କରିଥିଲେ । ସେମାନଙ୍କଦ୍ୱାରାହିନ୍ଦୁ ,ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା । ସେହିପରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ୧୪୯୮ ଖ୍ରୀଷ୍ଟାବ୍ଦରୁ ୧୬୯୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟମାନେ ବାଣିଜ୍ୟକୋଠି ତଥା ଉପନିବେଶମାନ ସ୍ଥାପନ କରିଥିଲେ ।
ଭାରତ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରୀକ ରାଷ୍ଟ୍ର । ଏକ ସଂସଦୀୟ ଲୋକତନ୍ତ୍ର ହିସାବରେ, ଏହା ୬ ଗୋଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳକୁ ନେଇ ଗଠିତ । ତନ୍ମଧ୍ୟରେଭାରତୀୟ ଜନତା ପାର୍ଟି ,ଭାରତୀୟ ଜାତୀୟ କଂଗ୍ରେସ ଭଳି ପ୍ରମୁଖ ଦଳଗୁଡିକ ସହ ୪୦ଟି ପ୍ରାଦେଶିକ ଦଳ ମଧ୍ୟ ଅନ୍ତର୍ଭୁକ୍ତ । ଭାରତକୁ ୧୯୫୦ ମସିହାରେ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବା ପରଠାରୁ ନେଇ ୧୯୮୦ ମସିହା ପର୍ଯ୍ୟନ୍ତ, ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂସଦରେ ଏକମାତ୍ର ଦଳ ହିସାବରେ ପୂର୍ଣ୍ଣବହୁମତ ହାସିଲ କରି ଆସୁଥିଲା । ପରବର୍ତ୍ତୀ ଅନେକାଂଶ ପର୍ଯ୍ୟାୟରେଭାରତୀୟ ଜନତା ପାର୍ଟି ବହୁ ପ୍ରାଦେଶିକ ଦଳମାନଙ୍କ ସହ ମିଶି ଗଠବନ୍ଧନ ଜରିଆରେ ବହୁମତ ହାସିଲ କରିଥିଲା । ୨୦୧୪ ମସିହା ସାଧାରଣ ଲୋକ ସଭା ନିର୍ବାଚନ ପରଠାରୁ ବର୍ତ୍ତମାନ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଶାସନ କ୍ଷମତାରେ ରହିଛି ।
ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଦେଶରସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁଉପରାଷ୍ଟ୍ରପତି ରହିଥାନ୍ତି ।
ଭାରତୀୟ ପ୍ରଶାସନ ବ୍ୟବସ୍ଥାର ତିନିଟି ମୁଖ୍ୟ ଅଙ୍ଗ ରହିଛି:
୧.ବିଧାୟିକା
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ହାତରେ ହିଁ ସବୁ ଶକ୍ତି ରହିଥାଏ। ସେମାନେ ପାଞ୍ଚ ବର୍ଷରେ ଥରେନିର୍ବାଚନ ମାଧ୍ୟମରେ ସେମାନଙ୍କର ପ୍ରତିନିଧି ବାଛିଥାନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକନାଗରିକ ଦେଶର ବିଭିନ୍ନରାଜନୈତିକ ଦଳର ନେତାମାନଙ୍କ ଭିତରୁ (କେନ୍ଦ୍ର ସ୍ତରରେ)ସାଂସଦ ଓ (ରାଜ୍ୟ ସ୍ତରରେ)ବିଧାୟକମାନଙ୍କର ନିର୍ବାଚନ କରିଥାନ୍ତି। ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ଚଲାଇବା ପାଇଁନିର୍ବାଚନ ଆୟୋଗ ସ୍ଥାପନା କରା ଯାଇଛି। ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ ।
କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ –ଲୋକ ସଭା ଓରାଜ୍ୟ ସଭା । ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି।
ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ –ବିଧାନ ସଭା ଓବିଧାନ ପରିଷଦ ।
୨. କାର୍ଯ୍ୟପାଳିକା
ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି । ମନ୍ତ୍ରୀମଣ୍ଡଳରେ ଦୁଇ ସ୍ତରର ମନ୍ତ୍ରୀ ରହିଥାନ୍ତି
କେନ୍ଦ୍ର ସ୍ତରର ମନ୍ତ୍ରୀ ରାଜ୍ୟ ସ୍ତରର ମନ୍ତ୍ରୀ ୩.ନ୍ୟାୟପାଳିକା
ଭାରତୀୟ ସମ୍ବିଧାନ ନ୍ୟାୟ ପାଳିକାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଏବଂ ନିଷ୍ପକ୍ଷତା ପ୍ରଦାନ କରିଛି । କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସ୍ତରରେ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ରହିଛି । ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାର ପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି ।ସରକାରୀ କାର୍ଯ୍ୟର ଆବଣ୍ଟନ:
ସରକାରୀ ତନ୍ତ୍ରକୁ ଠିକ୍ ଭାବେ ଚଳାଇବାପାଇଁ ସମସ୍ତ କାମକୁ ବିଭିନ୍ନ ଭାଗରେ ବଣ୍ଟା ଯାଇଥାଏ । ଏଥିପାଇଁ ଅନେକମନ୍ତ୍ରଣାଳୟ ଗଠିତ ହୋଇଛି । ମନ୍ତ୍ରଣାଳୟର ପ୍ରଧାନ ଜଣେ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ହୋଇଥାନ୍ତି । କେବେ କେବେ ଏକାଧିକ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ଗୋଟିଏ ମନ୍ତ୍ରଣାଳୟର ପ୍ରମୁଖ ହୋଇଥାନ୍ତି ।
ଏହା ନିମ୍ନ ସାରଣୀରୁ ସ୍ପଷ୍ଟ ଜଣାପଡ଼େ।
ଆବଣ୍ଟନର ସ୍ତର ପ୍ରଶାସନିକ ପ୍ରଧାନ ମନ୍ତ୍ରଣାଳୟ ସଚୀବ ସ୍କନ୍ଧ ସଂଯୁକ୍ତ ସଚୀବ ପ୍ରଭାଗ ଉପ ସଚୀବ / ନିର୍ଦ୍ଦେଶକ ଶାଖା ଅନୁକର୍ମ ସଚୀବ ଅନୁଭାଗ ଅନୁଭାଗ ଅଧିକାରୀ
ଗୋଟିଏ ଅନୁଭାଗରେ ସହାୟକ, ଲିପିକ, ଟାଇପିଷ୍ଟ ଆଦି କର୍ମଚାରୀ ରହିଥାନ୍ତି ।
ସିଧା ମନ୍ତ୍ରାଳୟର ନିୟନ୍ତ୍ରଣରେ ମଧ୍ୟ କେତେକ ଶାଖା କାମ କରିଥାନ୍ତି, ଏଗୁଡ଼ିକୁ କକ୍ଷ ବା ପ୍ରକୋଷ୍ଠ କୁହାଯାଇଥାଏ।
ସରକାରଙ୍କର ନୀତିକୁ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରାଳୟ ଅଧିନରେ ଦୁଇପ୍ରକାରର କାର୍ଯ୍ୟାଳୟ ରହିଥାଏ – ସଂଲଗ୍ନ ଓ ଅଧିନସ୍ଥ । ଏମାନେ ପ୍ରଶାସନିକ ରୂପରେ ମନ୍ତ୍ରାଳୟ ଅଧିନରେ କାମ କରିଥାନ୍ତି । ଏହାର ଅଧ୍ୟକ୍ଷ ନିର୍ଦ୍ଦେଶକ ହୋଇଥାନ୍ତି । ସମ୍ବନ୍ଧିତ କାର୍ଯ୍ୟାଳୟ ଟେକନିକାଲ ସୂଚନା ସଂଗ୍ରହର କେନ୍ଦ୍ର ହୋଇଥାନ୍ତି ଓ ଟେକ୍ନିକାଲ ଦିଗରେ ମନ୍ତ୍ରାଳୟକୁ ପରାମର୍ଶ ମଧ୍ୟ ଦେଇଥାନ୍ତି ତଥା ଅଧିନସ୍ଥ କାର୍ଯ୍ୟାଳୟ ମନ୍ତ୍ରାଳୟର ନିଷ୍ପତ୍ତିକୁ କାମରେ ଲଗାଇଥାନ୍ତି ।
ଭାରତରେ ୨୮ଟିରାଜ୍ୟ ଓ ୯ ଗୋଟିକେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ତେଲେଙ୍ଗାନା ୨୦୧୪ରେ ନୂତନ ରାଜ୍ୟ ଭାବେ ମାନ୍ୟତା ପାଇଲା ତଥା ଜମ୍ମୁ ଓ କାଶ୍ମୀର୍ ଏବଂ ଲଦାଖ ନୂତନ ଭାବେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେଲା।
ଭାରତର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର । ରାଜ୍ୟ
କେନ୍ଦ୍ରଶାସିତ ଅଞ୍ଚଳ
ସୁଖୋଇ Su-30 MKI INS ଚକ୍ର the nuclear attack submarine of the Indian Navyବିକ୍ରମାଦିତ୍ୟ .ଆକାଶ
SA-6କ୍ଷେପଣାସ୍ତ୍ର
ଅଜ୍ଜୁନ Mk II
T-90ଭିଷ୍ମ
ଭାରତୀୟ ସଂସ୍କୃତି ବିଶ୍ୱରେ ଅନନ୍ୟ । ଭାରତୀୟ ସଂସ୍କୃତି ବିଶ୍ୱର ଅନେକ ପୁରାତନ ସଂସ୍କୃତି ମାନଂକ ମଧ୍ୟରେ ଅନ୍ୟତମ ।
ଭାରତର ତ୍ରିରଙ୍ଗା ଜାତୀୟ ପତାକା ଗେରୁଆ ରଙ୍ଗ : ସାହସ, ତ୍ୟାଗ ଓ ବୈରାଗ୍ୟର ପ୍ରତୀକ, ଧଳା ରଙ୍ଗ : ଶୁଦ୍ଧତା ଓ ସତ୍ୟର ପ୍ରତୀକ, ସବୁଜ ରଙ୍ଗ : ବିଶ୍ୱାସ ଓ ସୃଜନର ପ୍ରତୀକ, ନୀଳ ରଙ୍ଗର ଚକ୍ର : ଚକ୍ର ଦେଶର ପ୍ରଗତିର ପ୍ରତୀକ ଓ ନୀଳ ରଙ୍ଗ ଆକାଶର ବିଶାଳତା ଓ ସମୁଦ୍ରର ବ୍ୟାପ୍ତିର ପ୍ରତୀକ । ଜାତୀୟ ଚିହ୍ନ – ଅଶୋକ ଚକ୍ର – ସତ୍ୟମେବ ଜୟତେ, ସତ୍ୟର ଜୟ ହେଉ ଜାତୀୟ ପଶୁ –ବାଘ ଜାତୀୟ ପକ୍ଷୀ – ମୟୁର ଜାତୀୟ ଫୁଲ – ପଦ୍ମ ଜାତୀୟ ବୃକ୍ଷ –ବରଗଛ ଜାତୀୟ କ୍ରୀଡ଼ା – ହକି ଜାତୀୟ ଫଳ - ଆମ୍ବ ଜାତୀୟ ଭାଷା - ନାହିଁ ମାନବ ଜାତିର କ୍ରୀଡ଼ାଭୂମି, ମାନବ ଭାଷାର ଜନ୍ମଭୂମି, ଇତିହାସର ଜନନୀ, କିମ୍ବଦନ୍ତୀର ଜେଜେମା’, ସଂସ୍କୃତିର ଗୋସେଇଁ ମା । ମାନବ ଜାତୀର ସବୁଠାରୁ ମୁଖ୍ୟ ଦସ୍ତାବେଜ ଓ ଇତିହାସର ସବୁଠାରୁ ଅଧିକ ସୂଚନାତ୍ମକ ନଥିପତ୍ର ଆଦି ଭାରତରେ ହିଁ ମିଳିଥାଏ।...ମାର୍କ ଟ୍ୱାଇନ୍ (India is, the cradle of the human race,the birthplace of human speech, the mother of history, the grandmother of legend, and the great grand mother of tradition.Our most valuable and most instructive materials in the history of man are treasured up in India only . – Mark Twain) ଭାରତ ନିକଟରେ ଆମେ ସମସ୍ତେ କୃତଜ୍ଞ, ଯିଏ ଆମକୁ ଗଣନା ଶିଖାଇଛି, ଯାହା ବିନା କୌଣସି ବୈଜ୍ଞାନିକ ଉଦ୍ଭାବନ ସମ୍ଭବପର ହୋଇ ପାରି ନ ଥାନ୍ତା।...ଆଲବର୍ଟ ଆଇନଷ୍ଟାଇନ (We owe a lot to the Indians, who taught us how to count, without which no worthwhile scientific discovery could have been made . – Albert Einstein) କବାଡି ଖେଳ ଭାରତରେ ବହୁ ସ୍ଥାନୀୟ ଖେଳ ରହିଛି ଯାହା ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇରହିଛି ଯଥା:କବାଡି ,ଖୋ-ଖୋ ,କୁସ୍ତି ,ଗିଲି-ଦଣ୍ଡା ଇତ୍ୟାଦି. କବାଡିରେ ଭାରତ ସମସ୍ତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛି । ଆଉ କେତେକ ଯୁଦ୍ଧ କୌଶଳକୁ ମଧ୍ୟ ଖେଳ ଭାବରେ ଖେଳାଯାଉଥିଲା ଯେପରିକିକଳରିପୟୁଟୁ ,ମୁଷ୍ଟି ଯୁଦ୍ଦ ,ସିଲାମ୍ବ୍ମମ ଓମର୍ଦମି , ।ରାଜୀବ ଗାନ୍ଧୀ ଖେଳରତ୍ନ ଓଅର୍ଜୁନ ପୁରସ୍କାର ଭାରତରେ ଖେଳ ନିମନ୍ତେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର।ଦ୍ରୋଣାଚାର୍ୟ ପୁରସ୍କାର ଶ୍ରେଷ୍ଠ କୋଚଙ୍କୁ ଦିଆଯାଇଥାଏ ।ଚେସ , ଭାରତରେ ଖୁବ ଲୋକପ୍ରିୟ ଏହାକୁଚତୁରଙ୍ଗ ମଧ୍ୟ କୁହାଯାଏ,ଚେସରେ ଭାରତରୁ ବହୁ ଗ୍ରାଣ୍ଡମାଷ୍ଟର ଥିବାରୁ ଏହା ବହୁ ଲୋକପ୍ରିୟ ହୋଇପାରିଛି।ବିଶ୍ୱନାଥ ଆନନ୍ଦ ଚତୁରଂଗ ଖେଲରେ ବିଶ୍ୱ ବିଜେତା ଥିଲେ। ଅନ୍ୟ ଖେଳ ମଧ୍ୟରୁ ଭାରତ ବ୍ୟାଡମିନ୍ଟନ, ଟେନିସ, ବନ୍ଧୁକ ଚାଳଣାରେ ବହୁ ସଫଳତା ହାସଲ କରିଛି।କୁସ୍ତି ଓଫୁଟବଲ ଭାରତର ଗୋଆ, ତାମିଲନାଡୁ, କେରଳ, ଉତ୍ତର-ପୂର୍ବ ଭାରତରେ ଖୁବ ଲୋକପ୍ରିୟ ।
ଭାରତର ରାଷ୍ଟ୍ରୀୟ ଖେଳ ହେଉଛି ହକି । ଭାରତୀୟହକି ଦଳ ୧୯୭୫ ହକି ବିଶ୍ୱକପ ଓଅଲମ୍ପିକ କ୍ରୀଡାରେ ଆଜି ପର୍ଯ୍ୟନ୍ତ ଆଠ ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତି ସାରିଛି ।କ୍ରିକେଟ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଭାରତ ଏଥିରେ ୧୯୮୩ ଓ ୨୦୧୧ରେକ୍ରିକେଟ ବିଶ୍ୱକପ ଓ ୨୦୦୭ରେ ୨୦-୨୦ ବିଶ୍ୱକପ ଜିତିଛି ।୨୦୧୭ରେ ଭାରତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ ଆୟୋଜନ କରିବା
↑ "State Emblem -Inscription " .National Informatics Centre (NIC) . Retrieved17 June 2007 .↑ "National Anthem – Know India portal" . National Informatics Centre(NIC). 2007. Retrieved31 August 2007 .↑ "National Song – Know India portal" . National Informatics Centre(NIC). 2007. Archived fromthe original on 23 March 2008. Retrieved11 June 2009 .↑ "Constituent Assembly of India – Volume XII" .Constituent Assembly of India: Debates . parliamentofindia.nic.in, National Informatics Centre. 24 January 1950. Retrieved29 June 2007 .The composition consisting of the words and music known as Jana Gana Mana is the National Anthem of India, subject to such alterations in the words as the Government may authorise as occasion arises; and the song Vande Mataram, which has played a historic part in the struggle for Indian freedom, shall be honoured equally with Jana Gana Mana and shall have equal status with it. ↑ "The Union: Official Language" .Ministry of Home Affairs ,Government of India . National Informatics Centre(NIC). 2007. Retrieved11 June 2009 .↑ "There's no national language in India: Gujarat High Court" . Times Of India. 2007-01-06. Archived fromthe original on 2014-01-29. Retrieved2011-03-29 .↑୭.୦ ୭.୧ "India at a Glance" .Know India Portal . National Informatics Centre(NIC). Retrieved7 December 2007 .↑୮.୦ ୮.୧ ୮.୨ ୮.୩ "India" . International Monetary Fund. Retrieved2011-04-21 .↑ "Field Listing – Distribution of family income – Gini index" .The World Factbook .CIA . 15 May 2008. Archived fromthe original on 30 August 2009. Retrieved6 June 2008 .↑ "Human Development Report 2010. Human development index trends: Table G" (PDF) . The United Nations. Retrieved4 November 2010 .↑ "Total Area of India" (PDF) .Country Studies , India .Library of Congress –Federal Research Division . December 2004. Retrieved3 September 2007 .The country's exact size is subject to debate because some borders are disputed. The Indian government lists the total area as 3,287,260 km2 (1,269,220 sq mi) and the total land area as 3,060,500 km2 (1,181,700 sq mi); the United Nations lists the total area as 3,287,263 km2 (1,269,219 sq mi) and total land area as 2,973,190 km2 (1,147,960 sq mi). ↑ Stein 1998 , pp. 16–17. sfn error: no target: CITEREFStein1998 (help ) ↑ "National Portal of India" .www.india.gov.in . Retrieved2021-10-04 .↑ http://satyameva-jayate.org/2006/05/27/hindu-india-and-bharat-word-origins/