ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ (ଇଂରାଜୀ ଭାଷାରେ TheNorth Atlantic Treaty Organization (NATO /ˈ n eɪ t oʊ / ;French :Organisation du traité de l'Atlantique nord ;OTAN ) ଅନ୍ୟ ଡାକ ନାମଉତ୍ତର ଆଟଲାଣ୍ଟିକ ଆଲିଆନ୍ସ /North Atlantic Alliance ), ଏକ ଆନ୍ତସରକାରୀ ସଂଘ ଯେଉଁଥିରେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର (intergovernmental ) ସାମରିକ ସନ୍ଧି (military alliance ) ହୋଇଛି । ସନ ୪ ଏପ୍ରିଲ ୧୯୪୯ରେ ଏହି ସଂଘ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ର କାର୍ଯ୍ୟକାରୀ କରିଥିଲା ।[ ୨] [ ୩] ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ତାହାଦ୍ୱାରା ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ । ନାଟୋର ମୂଖ୍ୟ କାର୍ଯ୍ୟାଳୟ (NATO's Headquarters| ) ବ୍ରସେଲସ, (Brussels ) ବେଲଜିଅମର ଏଭରେଠାରେ ଓ ସୁପ୍ରିମ ହେଡକ୍ୱାଟର ଆଲାଏଡ ପାୱାର ୟୁରୋପର (headquarters of Allied Command Operations| ) ମୋନସରେ ସାମୁହିକ କାର୍ଯ୍ୟାଳୟ ସାମୁହିକ କମାଣ୍ଡ ଅବସ୍ଥିତ ଅଛି ।
ଏହାର ପ୍ରତିଷ୍ଠ ପରଠାରୁ ଅନେକ ନୂଆ ସଭ୍ୟ ନାମ ଲେଖାଇବା ଫଳରେ ପ୍ରଥମରୁ ଥିବା ୧୨ ସଭ୍ୟ ସଂଖ୍ୟା ଇତିମଧ୍ୟରେ ବଢ଼ି ୨୯ ହୋଇଗଲାଣି । ୫ ଜୁନ ୨୦୧୭ରେ ଶେଷ ନୂଆ ସଭ୍ୟ ଭାବରେ ମୋଣ୍ଟେନିଗ୍ରୋ (Montenegro ) ଯୋଗଦାନ କରଛି । ବୋସନିଆ ଓ ହେର୍ଜେଗୋଭିନା (Bosnia and Herzegovina ), ଜର୍ଜିଆ (Georgia ), ଉତ୍ତର ମାସିଡୋନିଆ (North Macedonia ) ଓ ୟୁକ୍ରେନକୁ (Ukraine ) ସମ୍ଭାବ୍ୟ ସଭ୍ୟ ଭାବରେ ନାଟୋ ବିଚାର କରିଛି ।[ ୪] ନାଟୋର ଶାନ୍ତି ସହଯୋଗୀ କାର୍ଯ୍ୟକ୍ରମରେ ୨୧ଟି ଅଧିକ ଦେଶ ଯୋଗଦାନ କରୁଛନ୍ତି । ସମୁଦାୟ ପୃଥିବୀର ଖର୍ଚ୍ଚର ପ୍ରାୟ ୭୦% ସମସ୍ତ ନାଟୋ ସଭ୍ୟଙ୍କର ମିଲିଟାରୀ ବାବଦରେ ଖର୍ଚ୍ଚ ହେଉଛି ।[ ୫] ସନ ୨୦୨୪ ସୁଦ୍ଧା ପ୍ରତିରକ୍ଷା ଲକ୍ଷ ବାବଦ ଜିଡିପିର ୨% ଖର୍ଚ୍ଚ କରିବାକୁ ସମସ୍ତ ସଭ୍ୟ ରାଜି ହୋଇଛନ୍ତି ।[ ୬] [ ୭]
ଦ୍ୱିତୀୟ ଯୁଦ୍ଧ ପରିପ୍ରେକ୍ଷୀରେ ସୋଭିଏଟ ୟୁନିଅନ ଓ ଜର୍ମାନୀର ଆକ୍ରମଣ ଆଶଙ୍କାରେଫ୍ରାନସ ଓସଂଯୁକ୍ତ ରାଷ୍ଟ୍ର ଦୁହେଁ ସନ୍ଧି ଓ ପାରଷ୍ପରିକ ସହାୟତା ନିମନ୍ତେ ୪ ମାର୍ଚ୍ଚ, ୧୯୪୭ରେ ଏକ ଚୁକ୍ତି ସମ୍ପାଦନ କରିଥିଲେ ଯାହାକୁ ଟ୍ରିଟି ଅଫ ଡନକିନ (Treaty of Dunkirk ) କୁହାଯାଏ । ସନ ୧୯୪୮ରେ ଏହି ସନ୍ଧିରେ ବେନେଲକ୍ସ (Benelux ) ଦେଶମାନେ ଯୋଗଦାନ କରି ଏହାକୁ ପଶ୍ଚିମ ୟୁନିଅନ (Western Union ) ନାମ ଦେଲେ ଓ ପରେ ଏହାକୁ ବ୍ରସେଲସ ଟ୍ରିଟି ଅର୍ଗାନାଇଜେସନ ଭାବରେ ସୂଚନା ଦିଆଗଲା ଓ ଟ୍ରିଟି ଅଫ ବ୍ରସେଲସ (Treaty of Brussels ) ନାମ କରଣ କରାଗଲା । ଅଧିକ ମିଲିଟାରୀ ସହଯୋଗ ନିମନ୍ତେ ଉତ୍ତର ଆମେରିକା ସହିତ ସଂଯୁକ୍ତ ରାଷ୍ଟ୍ର, କାନାଡ଼ା, ପର୍ତୁଗାଲ, ଇଟାଲି, ନରୱେ, ଡେନମାର୍କ ଓ ଆଇଲ୍ୟାଣ୍ଡ ଇତ୍ୟାଦି ଦେଶମାନଙ୍କୁ ସଭ୍ୟ କରିବା ନିମନ୍ତେ ବାର୍ତ୍ତାଳାପ କରି ସଭ୍ୟମାନେ ୪ ଏପ୍ରିଲ ୧୯୪୯ରେ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ରରେ ଦସ୍ତଖତ କଲେ ।[ ୮]
↑ "English and French shall be the official languages for the entire North Atlantic Treaty Organization."Final Communiqué following the meeting of the North Atlantic Council on 17 September 1949 Archived 6 December 2006 at theWayback Machine .. "... the English and French texts [of the Treaty] are equally authentic ..."The North Atlantic Treaty, Article 14 Archived 14 September 2011 at theWayback Machine . ↑ "What is NATO?" . NATO Headquarters, Brussels, Belgium. 26 May 2017.Archived from the original on 5 November 2014. Retrieved26 May 2017 .↑ Cook, Lorne (25 May 2017)."NATO: The World's Largest Military Alliance Explained" .MilitaryTimes.com . The Associated Press.Archived from the original on 25 May 2017. Retrieved26 May 2017 . ↑ NATO."Enlargement" .NATO (in ଇଂରାଜୀ).Archived from the original on 11 March 2018. Retrieved18 March 2018 . ↑ "The SIPRI Military Expenditure Database" . Milexdata.sipri.org. Archived fromthe original on 28 March 2010. Retrieved22 August 2010 .↑ The Wales Declaration on the Transatlantic Bond Archived 10 June 2018 at theWayback Machine ., NATO, 5 September 2014.↑ Erlanger, Steven (26 March 2014)."Europe Begins to Rethink Cuts to Military Spending" .nytimes.com .Archived from the original on 29 March 2014. Retrieved3 April 2014 .Last year, only a handful of NATO countries met the target, according to NATO figures, including the United States, at 4.1 percent, and Britain, at 2.4 percent. ↑ "A short history of NATO" . NATO.Archived from the original on 26 March 2017. Retrieved26 March 2017 .