ଅଷ୍ଟାଦଶ ଶତାବ୍ଦୀରେ କାମ୍ବୋଡ଼ିଆରେ ଥିବା ଉମା (
Uma )
ନବମ ଶତାବ୍ଦୀରେ ଭାରତରେ ଥିବା ଗୌରୀ (
Gauri )
ଦେବୀ (ଇଂରାଜୀ ଭାଷାରେ Devī ,Sanskrit : देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।
ଖ୍ରୀ:ପୂ: ୨୦୦୦ ବର୍ଷରେବେଦରେ (Vedas ) ଦେବୀ ଶବ୍ଦର ଚିନ୍ତାଧାରା ଆରମ୍ଭ ହୋଇଥିଲା ଯାହା ଶ୍ରଦ୍ଧା ସୂଚକ ଥିଲା କିନ୍ତୁ ସେହି ଯୁଗରେ ଏହାର କେନ୍ଦ୍ରୀୟ ଭୂମିକା ନଥିଲା ।[ ୧] ଠାକୁରାଣୀପାର୍ବତୀ ଓଦୁର୍ଗାଙ୍କ ପୂଜା ଓ ଶ୍ରଦ୍ଧା ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଛି ।[ ୧] ମଧ୍ୟ ଯୁଗର ସାହିତ୍ୟ ଓ ପୁରାଣରେ ଦେବୀ ଶବ୍ଦ ପ୍ରୟୋଗର ଏକ ବିରାଟ ବିସ୍ତୃତି ଲକ୍ଷ କରାଗଲା ଯେପରିକି ଦେବୀ ମହାତ୍ମ୍ୟ (Devi Mahatmya ) ଏବଂ ସେଥିରେ ସେ ସତ୍ୟ ଓ ଅନନ୍ତ ଶକ୍ତିର ଅଧିକାରୀ ଥିବା ଦର୍ଶାଯାଇଥିଲା । ଏହା ଯୋଗୁ ହିନ୍ଦୁମାନଙ୍କର ଶାକ୍ତ ପରମ୍ପରା ସୃଷ୍ଟି ହୋଇଥିଲା ।[ ୨]
ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦେବୀ ଏକ ସ୍ୱର୍ଗୀୟ ନାରୀର ରୂପ ଅଧିକାର କରିଛନ୍ତି ।[ ୩] ଶକ୍ତି ଓ ଶୈବ ପରମ୍ପରାରେ ଠାକୁରାଣୀଙ୍କୁ ଏକ ଶକ୍ତି କେନ୍ଦ୍ର ଭାବରେ ଦେଖାଯାଏ ।[ ୧] [ ୪]
ଖ୍ରୀ:ପୂ: ଦୁଇ ହଜାର ବର୍ଷ ତଳେ ଦେବୀ ଓ ଦେବ ଶବ୍ଦଦ୍ୱୟ ବେଦରେ ଥିଲା । ଦେବ ଏକ ପୁଂଲିଙ୍ଗ ଓ ଏହାର ସ୍ତ୍ରୀ ଲିଙ୍ଗ ଦେବୀ । ମୋନିଏର-ଉଇଲିଅମ (Monier-Williams ) ଏହାକୁ ଅନୁବାଦ କରି ସ୍ୱର୍ଗୀୟ ନାମ ଦେଇଛନ୍ତି ।[ ୫] ଲାଟିନ ଭାଷାର ଡିଆ (dea ) ଓ ଗ୍ରୀକ ଭାଷାର ଥିଆ (thea ) ଶବ୍ଦ ସହିତ ମଧ୍ୟ ସାମଞ୍ଜସ୍ୟ ରହିଛି ।[ ୬] ତାଙ୍କୁ ହିନ୍ଦୁ ଧର୍ମରେ ସ୍ୱର୍ଗୀୟ ମାତା ମଧ୍ୟ କୁହାଯାଏ ।[ ୭] ଦେବଙ୍କୁ ମଧ୍ୟ ଦେବତା କୁହାଯାଏ[ ୫] ଓ ଦେବୀଙ୍କୁ ଦେବୀକା କୁହାଯାଏ ।[ ୮]
ଡଗଲାସ ହାର୍ପର ମତ ଅନୁସାରେ ଦେବ ଶବ୍ଦର ଅର୍ଥ ଉଜ୍ଜ୍ୱଳ (*div- "to shine,"), ଗ୍ରୀକ୍ ଶବ୍ଦ ଡିଓସ ଅର୍ଥ ମଧ୍ୟ ସ୍ୱର୍ଗୀୟ, ଜେଅସ (Zeus ) ଓ ଲାଟିନ ଭାଷାରେ ଡେଉସ ଓ ପୁରୁଣା ଲାଟିନରେ ଡେଇଭୋସ (Old Latin deivos) ନାମ ସହିତ ସାମଞ୍ଜସ୍ୟ ଅଛି ।[ ୯]
ଋକ୍ ବେଦରେ ଥିବା (Rigveda ) ଦେବୀସୁକ୍ତର (Devīsūkta ) ୧୦.୧୨୫.୧ରୁ ୧୦.୧୨୫.୮ ଶ୍ଳୋକରେ ଦେବୀଙ୍କର ପରମ ସତ୍ୟ ବିଷୟ ଘୋଷଣା କରାଯାଇଛି ।[ ୧୦] [ ୧୧]
ମୁଁ କୌଣସି ଉପରିସ୍ଥ ଶକ୍ତିର ପ୍ରରୋଚନାରେ ନଥାଇ ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଛି ଓ ତାହାରି ମଧ୍ୟରେ ରହିଛି । ପୃଥବୀ ଓ ଆକାଶରେ ମୁଁ ପରିବ୍ୟାପ୍ତ ହୋଇ ରହିଛି ଓ ସମସ୍ତ ସୃଷ୍ଟିର ମୁଁ ରଚୟିତା ଓ ତାହା ମଧ୍ୟରେ ମୁଁ ଶାଶ୍ୱତ ଓ ଅନିର୍ଦ୍ଦିଷ୍ଟ ଚେତନା ସହିତ ରହିଛି ।
- ଦେବୀ ସୁକ୍ତ, ଋକବେଦ ୧୦.୧୨୫.୮ ଜୁନ ମ୍ୟାକଡାନିଦ୍ୱାରା ଅନୁବାଦ କରାଯାଇଛି ।[ ୧୦] [ ୧୧] [ ୧୨]
ବେଦରେ ଅନେକ ଦେବୀଙ୍କ ବିଷୟ ଲେଖାଯାଇଛି ଯେପରିକି ପାର୍ବତୀ (ଶକ୍ତି), ପୃଥିବୀ, ଅଦିତି , ବାକ (ଶବ୍ଦ), ନିର୍ରତି (ବିନାଶ), ରାତ୍ରୀ, ଅରନ୍ୟାନି (ଜଙ୍ଗଲ) ଓ ବରଦାୟୀନି ଦେବୀ ଯେପରିକି ଦିନସାନ, ରାକା, ପୁରାମଧି, ପରେନ୍ଦି, ଭାରତି ଓ ମାହି ଭଳି ଅନେକ ନାମ ଋକବେଦରେ ଅଛି ।[ ୧] :6–17, 55–64 କିନ୍ତୁ ଦେବତାଙ୍କ (Devas ) ଭଳି ଦେବୀଙ୍କ ବିଷୟ ବାରମ୍ବାର ଆଲୋଚନା ହୁଏ ନାହିଁ ।[ ୧] ଶେଷ ବେଦ ଲେଖାରେ ପ୍ରାକ୍ ବୁଦ୍ଧ ସମୟରେ ପାର୍ବତୀଙ୍କ କଥା ଲେଖାଯାଇଛି କିନ୍ତୁ ତାଙ୍କ ବିଷୟରେ ସମର୍ପିତ ଶ୍ଳୋକ ବେଦ ଯୁଗରେ ବିକଶିତ ହୋଇଥିବା ଜଣାଯାଏନି ।[ ୧] ବେଦ ଯୁଗରେ ସମସ୍ତ ଦେବ ଦେବୀ ପ୍ରତିଷ୍ଠିତ ଥିଲେ,[ ୧] କିନ୍ତୁ ଦେବ ପରବର୍ତ୍ତୀ କାଳରେ ମଧ୍ୟବର୍ତ୍ତୀ ଯୁଗର ସାହିତ୍ୟରେ ଏକମାତ୍ର ଦେବୀଙ୍କ ବିଷୟ ଲେଖାଯାଇଛି ଯିଏ ସର୍ବଶକ୍ତିମୟୀ ଅଟନ୍ତି ।[ ୧୩]
↑୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Kinsley, David (1988).Hindu Goddesses: Vision of the Divine Feminine in the Hindu Religious Traditions. University of California Press,ISBN 0-520-06339-2 . ↑ Thomas Coburn (2002), Devī-Māhātmya: The Crystallization of the Goddess Tradition, Motilal Banarsidass,ISBN 978-81-208-0557-6 , pages 1–23 ↑ Bryant, Edwin (2007),Krishna: A Sourcebook , Oxford University Press, p. 441↑ Flood, Gavin, ed. (2003), The Blackwell Companion to Hinduism, Blackwell Publishing Ltd.,ISBN 1-4051-3251-5 , pages 200–203 ↑୫.୦ ୫.୧ Klostermaier, Klaus (2010).A Survey of Hinduism, 3rd Edition. State University of New York Press,ISBN 978-0-7914-7082-4 , pages 101–102 ↑ Hawley, John Stratton and Donna Marie Wulff (1998).Devi: Goddesses of India, Motilal Banarsidass. ISBN 978-81-208-1491-2 , page 2 ↑ John Stratton Hawley and Donna Marie Wulff (1998), Devi: Goddesses of India, Motilal Banarsidass,ISBN 978-81-208-1491-2 , pages 18–21 ↑ Klostermaier 2010 , p. 492. sfn error: no target: CITEREFKlostermaier2010 (help ) ↑ Deva Etymology Dictionary, Douglas Harper (2015)↑୧୦.୦ ୧୦.୧ McDaniel 2004 , p. 90. sfn error: no target: CITEREFMcDaniel2004 (help ) ↑୧୧.୦ ୧୧.୧ Brown 1998 , p. 26. sfn error: no target: CITEREFBrown1998 (help ) ↑ Sanskrit original see:ऋग्वेद: सूक्तं १०.१२५ ; for an alternate English translation, see:The Rig Veda/Mandala 10/Hymn 125 Ralph T.H. Griffith (Translator); for ↑ Fuller, Christopher John (2004).The Camphor Flame: Popular Hinduism and Society in India. Princeton University Press,ISBN 978-0-691-12048-5 , page 41