Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ଜଳ

ଉଇକିପିଡ଼ିଆ‌ରୁ
ଜଳବିନ୍ଦୁର ପତନ ଫଳରେ ବୃତ୍ତୀୟ ତରଙ୍ଗ ସୃଷ୍ଟି ହୋଇ ବିନ୍ଦୁକୁ ଉପରକୁ ଠେଲେ ।

ପୃଥିବୀର ଅତି ସାଧାରଣ ତରଳ ହେଉଛିଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।[][]

ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।

କଳରୁ ପଡୁଥିବା ପାଣି ଟୋପା

ଜଳର ବ୍ୟବହାର

[ସମ୍ପାଦନା]

ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ । ଫୁସ୍‌ଫୁସ୍‌ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରେ । ଲାଳ ମଣିଷ ଓ ପ୍ରାଣୀମାନଙ୍କୁ ଖାଦ୍ୟ ହଜମ କରିବାରେ ଭୂମିକା ଗ୍ରହଣ କରେ । ଜଳ ପରିସ୍ରା ତିଆରି କରେ । ପରିସ୍ରା ଶରୀରର ଦୂଷିତ ପଦାର୍ଥକୁ ନିଷ୍କାସନ କରିଥାଏ । ମଣିଷ ଶରୀର ୬୦-୭୦% ଜଳରେ ଗଠିତ ।

ଦୁଗ୍ଧ, ଫଳରସ ଏବଂ ମଦ ପରି ପାନୀୟମାନଙ୍କର ମୁଖ୍ୟ ଅଂଶ ହେଉଛି ଜଳ । ପ୍ରତ୍ୟେକ ପ୍ରକାରର ପାନୀୟରେ ଜଳ ବ୍ୟତୀତ ବାସ୍ନା, ପୋଷକତତ୍ତ୍ୱ ଯେମିତି ସର୍କରା, ଫଳ ଇତ୍ୟାଦି ଥାଏ । ପିଇବା ଯୋଗ୍ୟ ଜଳକୁ ଆମେ ପାନୀୟ ଜଳ ବୋଲି କହୁ । ମହାସାଗରର ଜଳ ଲୁଣିଆ ହୋଇଥିବା ସ୍ଥଳେ ହ୍ରଦ ଓ ନଦୀର ଜଳ ମଧୁର ହୋଇଥାଏ । ପୃଥିବୀପୃଷ୍ଠରେ ମାତ୍ର ୩% ମଧୁର ଜଳ ଅଛି, ବାକି ସବୁ ଲୁଣିଆ ।

ଜଳର ଗଠନ

[ସମ୍ପାଦନା]

ଗୋଟିଏ ଜଳ ଅଣୁ ୨ଟିଉଦଜାନ ପରମାଣୁ ଓ ଗୋଟିଏଅମ୍ଳଜାନ ପରମାଣୁରୁ ତିଆରି । ଏହାର ରାସାୟନିକ ସୂତ୍ର ହେଉଛି H2O.

ଜଳକୁ ରୋମାନ ଭାଷାରେ ଆକୁଆ କୁହାଯାଏ । ଆମୋଦପ୍ରମୋଦ ପାଇଁ ମଧ୍ୟ ଜଳ ବ୍ୟବହୃତ ହୋଇଥାଏ । ମଣିଷ ଖାଦ୍ୟ ବିନା ସପ୍ତାହେ ପର୍ଯ୍ୟନ୍ତ ବଞ୍ଚିପାରୁଥିଲେ ମଧ୍ୟ ଜଳ ବିନା ଦୁଇ ଦିନରୁ ଅଧିକ ବଞ୍ଚି ପାରିବ ନାହିଁ । ଜଳ ହିଁ ଜୀବନ ଅଟେ ।

ସମ୍ପର୍କିତ ପୃଷ୍ଟା

[ସମ୍ପାଦନା]

ଆଧାର

[ସମ୍ପାଦନା]
  1. Henniker, J. C. (1949). "The Depth of the Surface Zone of a Liquid".Reviews of Modern Physics.Reviews of Modern Physics.21 (2): 322–341.doi:10.1103/RevModPhys.21.322.
  2. Pollack, Gerald."Water Science".University of Washington, Pollack Laboratory. Archived fromthe original on 2012-12-13. Retrieved2011-02-05.Water has three phases – gas, liquid, and solid; but recent findings from our laboratory imply the presence of a surprisingly extensive fourth phase that occurs at interfaces.

ଅଧିକ ତଥ୍ୟ

[ସମ୍ପାଦନା]
water ବାବଦରେ ଉଇକିମିଡ଼ିଆରସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ:
ଉଇକିଅଭିଧାନରେଶବ୍ଦାର୍ଥମାନ ଖୋଜନ୍ତୁ
କମନ୍ସରେଛବି ଓ ମିଡ଼ିଆସବୁ ଖୋଜନ୍ତୁ
ଉଇକିମହାବିହାରରେଶିକ୍ଷଣ ଆଧାରମାନ ଖୋଜନ୍ତୁ
ଉଇକିସମ୍ବାଦରେସମ୍ବାଦ ଲେଖାମାନ ଖୋଜନ୍ତୁ
ଉଇକିକଥାରୁଢଗଢମାଳି ଓ କଥାମାନ
ଉଇକିଉତ୍ସରୁମୂଳାଧାର ଲେଖାମାନ
ଉଇକିପୋଥିରେପଢ଼ାବହିମାନ
"https://or.wikipedia.org/w/index.php?title=ଜଳ&oldid=546085"ରୁ ଅଣାଯାଇଅଛି
ଶ୍ରେଣୀସମୂହ:
Hidden category:

[8]ページ先頭

©2009-2025 Movatter.jp