Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ଚାରି ଧାମ

ଉଇକିପିଡ଼ିଆ‌ରୁ
ଚାରି ଧାମ

ବଦ୍ରୀନାଥରାମେଶ୍ଵରମ
ଦ୍ଵାରକାପୁରୀ
This box:

ଆର୍ଯ୍ୟାବର୍ତ୍ତଭାରତ ବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଦ୍ଧାମ ରାମେଶ୍ୱର,ପୁରୀ, ବଦ୍ରୀନାଥ ଓ ଦ୍ୱାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ – ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ୱର ଏବଂ ଦ୍ୱାରକା ସାଗର କୂଳରେ ଓ ବଦ୍ରୀନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ୱରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ୱାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି ।କାର୍ତ୍ତିକଠାରୁବୈଶାଖଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ୱାର ବନ୍ଦ ରହେ ।

ଅଦ୍ୱୈତ ମତବାଦର ପ୍ରଣେତାଆଦି ଶଙ୍କରାଚାର୍ଯ୍ୟ ସ୍ୱପ୍ରତିଷ୍ଠିତ ସନ୍ନ୍ୟାସୀ ସଂପ୍ରଦାୟକୁ ଦଶ ଭାଗରେ (ଯଥା- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ପୁରୀ, ଭାରତୀ ଓ ସରସ୍ୱତୀ) ବିଭକ୍ତ କରି ସେମାନଙ୍କ ବ୍ୟବହାର ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ ତାଙ୍କର ଚାରିଜଣ ଶିଷ୍ୟଙ୍କ ଅଧିନରେ ସ୍ଥାପନ କରିଥିଲେ ଓ ପ୍ରତ୍ୟେକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ । ସେହି ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଅଛି ।

ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ । ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ପୂର୍ବରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପୀଠାଧିକାରୀଙ୍କ ନାମ ପଦ୍ମପାଦାଚାର୍ଯ୍ୟ । ବନ ଓ ଅରଣ୍ୟ ନାମଧାରୀ ସନ୍ନ୍ୟାସୀମାନଙ୍କ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଉତ୍ତରରେ ବଦରିକାଶ୍ରମସ୍ଥିତ ଯୋଶୀ ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ ତ୍ରୋକଟାଚାର୍ଯ୍ୟ । ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଦକ୍ଷିଣରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ସୁରେଶ୍ୱରାଚାର୍ଯ୍ୟ । ପୁରୀ, ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍କୃଷ୍ଟ ।

ଆଧାର

[ସମ୍ପାଦନା]
ଧର୍ମ ଗ୍ରନ୍ଥ
ଧାରଣା
ଦର୍ଶନ
ପରମ୍ପରା
ଗୁରୁ
ଯୁଗ
ବର୍ଣ
ମାପନ ପ୍ରଣାଳୀ
ବିଭାଜନ
ତୀର୍ଥ
Stub iconଏହି ପ୍ରସଙ୍ଗଟିଅସମ୍ପୂର୍ଣ୍ଣ । ଆପଣଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ ।
"https://or.wikipedia.org/w/index.php?title=ଚାରି_ଧାମ&oldid=450323"ରୁ ଅଣାଯାଇଅଛି
ଶ୍ରେଣୀସମୂହ:
ଲୁଚିଥିବା ଶ୍ରେଣୀ:

[8]ページ先頭

©2009-2025 Movatter.jp