|
|---|
ଭାରତୀୟ ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ । ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରିଥାଏ, ଲୋକଙ୍କଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ତାହା ଏହାର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ । ପୂରା ପଢନ୍ତୁ...
| |
|---|
ଫେବୃଆରୀଜନ୍ମ- ୧ – ସାହିତ୍ୟ ଭାରତୀକୁନ୍ତଳା କୁମାରୀ ସାବତ (ଜନ୍ମ: ୧୯୦୧)
- ୨ – ପଦ୍ମଶ୍ରୀପ୍ରଫୁଲ୍ଲ କର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର (ଜନ୍ମ: ୧୯୩୯)
- ୩ –ଦୂତୀ ଚାନ୍ଦ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୯୬)
- ୬ –ନୀରଦପ୍ରଭା ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୬)
- ୯ –ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୯୩୧)
- ୧୧ –ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ଜନ୍ମ: ୧୯୧୩)
- ୧୩ –ଜୀବନାନନ୍ଦ ପାଣି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଅନୁବାଦକ ଓ ଗୀତିକାର (ଜନ୍ମ: ୧୯୩୩)
- ୧୫ –ରାମକୃଷ୍ଣ ନନ୍ଦ, ଶିଶୁ ସାହିତ୍ୟକ ଓ ଗୀତିକାର (ଜନ୍ମ: ୧୯୦୬)
- ୧୮ –ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା (ଜନ୍ମ: ୧୯୦୧)
- ୨୧ –ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୧୯୦୧)
- ୨୩ – ବିଦଗ୍ଧ କବିଅଭିମନ୍ୟୁ ସାମନ୍ତସିଂହାର (ଜନ୍ମ: ୧୭୬୦)
- ୨୫ –ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୬)
- ୨୭ – ପଦ୍ମଶ୍ରୀମନୋଜ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୪)
ମୃତ୍ୟୁ- ୧ – ପଣ୍ଡିତରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ମୃତ୍ୟୁ: ୧୯୮୨)
- ୧ –ଅସୀମ ବସୁ, ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ (ମୃତ୍ୟୁ ୨୦୧୭)
- ୩ –ଦୁର୍ଗାମାଧବ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୭)
- ୪ –ମଧୁସୂଦନ ଦାସ, ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ମୃତ୍ୟୁ: ୧୯୩୪)
- ୯ –ପ୍ରଫୁଲ୍ଲ ମହାନ୍ତି, ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ (ମୃତ୍ୟୁ:୨୦୧୩)
- ୧୧ – ପଦ୍ମ ଭୂଷଣରାଧାନାଥ ରଥ, ସାମ୍ବାଦିକ, ସମ୍ପାଦକ, ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ (ମୃତ୍ୟୁ: ୧୯୯୮)
- ୧୨ –କୃପାସିନ୍ଧୁ ମିଶ୍ର, ସତ୍ୟବାଦୀ ଯୁଗର ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ଶିକ୍ଷକ (ମୃତ୍ୟୁ: ୧୯୨୬)
- ୧୩ –ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୪)
- ୧୫ –ବିବୁଧେନ୍ଦ୍ର ମିଶ୍ର, ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ (ମୃତ୍ୟୁ: ୨୦୧୨)
- ୧୭ – ପଦ୍ମଶ୍ରୀମନୋରଞ୍ଜନ ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୩)
- ୧୮ –ନିଖିଳ ବରଣ ସେନଗୁପ୍ତା, କଳା ନିର୍ଦ୍ଦେଶକ, ଅଭିନେତା, ରଙ୍ଗ ଶିଳ୍ପୀ (ଜନ୍ମ: ୨୦୧୪)
- ୧୯ –ଭୁବନେଶ୍ଵରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ମୃତ୍ୟୁ: ୨୦୧୬)
- ୨୧ –ବାମାଚରଣ ମିତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଲେଖକ ଓ ଅନୁବାଦକ (ମୃତ୍ୟୁ: ୧୯୭୫)
- – ପଦ୍ମଶ୍ରୀରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୦)
- ୨୨ –ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା ଓ ଭାଷା ଆନ୍ଦୋଳନର ପୁରୋଧା (ମୃତ୍ୟୁ: ୧୯୧୨)
- ୨୩ –ରାଜେନ୍ଦ୍ର ନାରାୟଣ ସିଂହଦେଓ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୭୫)
- –ସୌରୀନ୍ଦ୍ର ବାରିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୬)
- ୨୪ – କାନ୍ତକବିଲକ୍ଷ୍ମୀକାନ୍ତ ମହାପାତ୍ର, ଓଡ଼ିଶାର ରାଜ୍ୟଗାନ 'ବନ୍ଦେ ଉତ୍କଳ ଜନନୀ'ର ରଚୟିତା (ମୃତ୍ୟୁ: ୧୯୫୩)
- ୨୫ – ପଦ୍ମଶ୍ରୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତ୍ନତତ୍ତ୍ୱବିଦ, ଐତିହାସିକ ଏବଂ ଗବେଷକ (ମୃତ୍ୟୁ: ୧୯୮୭)
- ୨୮ –ବୀର ସୁରେନ୍ଦ୍ର ସାଏ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୮୮୪)
ପର୍ବପର୍ବାଣୀ |
| | |